Author: TRUPTIMAYEE SAHOO

ଜ୍ୟୋତିଷ ଦୃଷ୍ଟିକୋଣରୁ ଫେବୃଆରୀ ୨୦୨୬ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ମାସରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହଙ୍କ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି । ଏହି ସମସ୍ତ ଗ୍ରହ ଶନିଙ୍କ ରାଶି କୁମ୍ଭରେ ସଂଯୋଗ ସୃଷ୍ଟି କରିବା ଫଳରେ  ରାଜଯୋଗ ଗଠିତ ହେବ। ଏହା ମାନବ ଜୀବନ ସହିତ ସମଗ୍ର ବିଶ୍ୱରେ ତାହାର ପ୍ରଭାବ ଦେଖାଇବ। କୁମ୍ଭ ରାଶିରେ ଚାରୋଟି ଗ୍ରହଙ୍କ ଏକାଠି ଗତି ଦ୍ୱାରା ଲକ୍ଷ୍ମୀ ନାରାୟଣ ରାଜଯୋଗ, ଶୁକ୍ରାଦିତ୍ୟ ରାଜଯୋଗ, ଆଦିତ୍ୟ ମଙ୍ଗଳ ରାଜଯୋଗ ଏବଂ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ। ଏହା ସହିତ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ମଧ୍ୟ ଗଠିତ ହେବ। ପରେ ଚନ୍ଦ୍ରଙ୍କ ଗୋଚର ହେବା ପରେ ଏହି ସଂଯୋଗ ପଞ୍ଚଗ୍ରହୀ ରାଜଯୋଗର ରୂପ ନେବ, ଯାହାକୁ ଜ୍ୟୋତିଷରେ ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ବୋଲି ଧରାଯାଏ । ଜ୍ୟୋତିଷୀମାନଙ୍କ ମତ ଅନୁସାରେ, ଏହି ରାଜଯୋଗର ପ୍ରଭାବ ବିଶେଷ…

Read More