Author: TRUPTIMAYEE SAHOO

ଆଜି ଓଡ଼ିଶାର ରାଜନୀତିରେ ଗୋଟିଏ ନୂଆ ଶବ୍ଦ ଘୁରି ବୁଲୁଛି— “ନୂଆ ଆଞ୍ଚଳିକ ଦଳ” । ଚା’ ଦୋକାନରୁ ଆରମ୍ଭ କରି ରାଜନୈତିକ କରିଡର ପର୍ଯ୍ୟନ୍ତ, ନିରବ କଥାବାର୍ତ୍ତାରୁ ଆରମ୍ଭ କରି ଖୋଲା ଇଙ୍ଗିତ ପର୍ଯ୍ୟନ୍ତ— ସବୁଠି ଗୋଟିଏ ପ୍ରଶ୍ନ— ଓଡ଼ିଶାରେ କ’ଣ ପୁଣି ଗୋଟିଏ ଆଞ୍ଚଳିକ ଦଳ ଜନ୍ମ ନେବ ? • ପ୍ରଶ୍ନଟି ନୂଆ ନୁହେଁ, • କିନ୍ତୁ ଏଥର ପ୍ରଶ୍ନର ଭିତି ଅଲଗା। କାରଣ ୨୦୨୪ ନିର୍ବାଚନ ପରେ ଓଡ଼ିଶାର ଭୋଟ ମାନଚିତ୍ର ଯେଉଁ ସଙ୍କେତ ଦେଇଛି, ସେହି ସଙ୍କେତକୁ ରାଜନୀତି ବୁଝୁଥିବା ଲୋକମାନେ ଅଣଦେଖା କରିପାରୁନାହାନ୍ତି । ଆଞ୍ଚଳିକ ଦଳ ପାଇଁ ଏତେ ଆତୁରତା କାହିଁକି? ଏହା କ’ଣ ଲୋକଙ୍କ ଆକାଂକ୍ଷା, ନା ନେତାଙ୍କ ଆତୁରତା ? • ୨୦୨୪ ବିଧାନସଭା ନିର୍ବାଚନକୁ ଦେଖନ୍ତୁ- • ଓଡ଼ିଶାରେ ଆଞ୍ଚଳିକ ଦଳ ସର୍ବାଧିକ ଭୋଟ ପାଇଲା, କିନ୍ତୁ ସରକାର କରିପାରିଲାନି। • ଏକ ଦଳ…

Read More