Author: TRUPTIMAYEE SAHOO

ଆଇସିସି ଟି୨୦ ବିଶ୍ୱକପ ୨୦୨୬କୁ ନେଇ ଏକ ବଡ଼ ଏବଂ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି । ସୁରକ୍ଷା ଚିନ୍ତା ଦର୍ଶାଇ ଭାରତରେ ହେବାକୁ ଥିବା ମ୍ୟାଚ୍ ଖେଳିବାକୁ ଆସିବାକୁ ବାଂଲାଦେଶ ମନା କରିବା ପରେ, ଆଇସିସି ଦ୍ୱାରା ବାଂଲାଦେଶ କ୍ରିକେଟ ଦଳକୁ ଟି୨୦ ବିଶ୍ୱକପ ୨୦୨୬ରୁ ବାଦ୍ ଦିଆଯାଇଛି । ଏହା ସହିତ ସହିତ ବାଂଲାଦେଶୀ କ୍ରୀଡା ପତ୍ରକାରଙ୍କ ଉପରେ ମଧ୍ୟ ଏକ କଡ଼ା ନିଷେଧାଜ୍ଞା ଲାଗୁ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଇସିସି ବାଂଲାଦେଶର ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟମାନଙ୍କୁ ଟି୨୦ ବିଶ୍ୱକପ ୨୦୨୬ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କରିଦେଇଛି । ଏହି ନିଷେଧାଜ୍ଞା କେବଳ ଭାରତରେ ହେବାକୁ ଥିବା ମ୍ୟାଚ୍ ପାଇଁ ସୀମିତ ନୁହେଁ ବରଂ ଶ୍ରୀଲଙ୍କାରେ ଆୟୋଜିତ ମ୍ୟାଚ୍‌ଗୁଡ଼ିକ ପାଇଁ ମଧ୍ୟ ଏହି ରୋକ୍ ଲାଗୁ ହୋଇଛି । ଫଳରେ ବାଂଲାଦେଶୀ ପତ୍ରକାରମାନେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ କଭର କରିପାରିବେ ନାହିଁ । ତେବେ ଏହି…

Read More