Author: TRUPTIMAYEE SAHOO

ଭାରତର ଶିକ୍ଷା ବ୍ୟବସ୍ଥା କେବଳ ପାଠପଢ଼ାର ମଞ୍ଚ ନୁହେଁ ; ଏହା ସଦାସର୍ବଦା ରାଜନୀତି, ସମାଜ ଓ ଶକ୍ତି ସମୀକରଣର ଏକ ସଜୀବ ପ୍ରତିବିମ୍ବ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ କ’ଣ ପଢ଼ାଯାଉଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ—କେହି କିପରି ବଞ୍ଚୁଛି, କେହି କିପରି ଦମିତ, କେହି କିପରି ସୁରକ୍ଷିତ ଓ କେହି କିପରି ଅସୁରକ୍ଷିତ ?  ୟୁଜିସିର ନୂତନ ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ–୨୦୨୬’ ଏହି ସତ୍ୟକୁ ପୁଣିଥରେ ସାମ୍ନାକୁ ଆଣିଦେଇଛି—କିନ୍ତୁ ଏହା ଏକ ଭୟଙ୍କର ରାଜନୈତିକ ଓ ସାମାଜିକ ଦ୍ୱନ୍ଦ୍ୱର ରୂପ ନେଇଛି। ନିୟମ ଆସିବା ସହିତ ଦେଶର ଉତ୍ତର ଭାଗରେ ଉଚ୍ଚଜାତି, ବିଶେଷ କରି ବ୍ରାହ୍ମଣ ଓ ଉଚ୍ଚଜାତି ସମ୍ପ୍ରଦାୟ ମଧ୍ୟରେ ଯେପରି ରୋଷ, ଆଶଙ୍କା ଓ ଆତଙ୍କ ସୃଷ୍ଟି ହୋଇଛି, ସେଥିରୁ ପ୍ରମାଣିତ ହେଉଛି ଯେ ଏହି ନିୟମ କେବଳ ପ୍ରଶାସନିକ ସୁଧାର ନୁହେଁ—ଏହା ଭାରତୀୟ ସମାଜର ଗଭୀର ଜାତିଗତ ମନୋବୃତ୍ତିକୁ ଛୁଇଁଛି ।…

Read More