Author: TRUPTIMAYEE SAHOO

ଓଡ଼ିଶା ସରକାର ତମାଖୁ ଓ ନିକୋଟିନ ଜନିତ ରୋଗଗୁଡ଼ିକ ବିରୋଧରେ ଲଢ଼ାଇରେ ଗୋଟିଏ ଦୃଢ଼ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ ଆଇନକୁ ଆଧାର କରି ରାଜ୍ୟରେ ସମସ୍ତ ପ୍ରକାର ତମାଖୁ ଓ ନିକୋଟିନ ଉତ୍ପାଦ—ଗୁଟଖା, ପାନମସଲା, ଖଇନି ଆଦିର ଉତ୍ପାଦନ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କିନ୍ତୁ ପ୍ରତିବନ୍ଧ ଲାଗୁ ହେବାର କେବଳ କିଛିଦିନ ମଧ୍ୟରେ ସତ୍ୟ ଅନ୍ୟ କଥା କହୁଛି । ରାଜ୍ୟର ବହୁ ଅଞ୍ଚଳରେ ଆଜି ମଧ୍ୟ ବିଡ଼ି, ଗୁଣ୍ଡି ଓ ଗୁଡ଼ାଖୁ ପରି ପାରମ୍ପରିକ ତମାଖୁ ଉତ୍ପାଦର ଉତ୍ପାଦନ ଓ ବିକ୍ରୟ ନିର୍ବିରୋଧ ଭାବରେ ଚାଲିଛି । ଏହା ଦେଖି ପ୍ରଶ୍ନ ଉଠୁଛି—ଓଡ଼ିଶା ସରକାର ସତରେ ତମାଖୁକୁ ରୋକୁଛନ୍ତି, ନା କେବଳ ତାହାର ବଜାର ରୂପକୁ ପରିବର୍ତ୍ତନ କରୁଛନ୍ତି ? ପ୍ରତିବନ୍ଧ: ନୀତି ଓ ବାସ୍ତବତା କାଗଜରେ ଦେଖିଲେ ଏହି ପ୍ରତିବନ୍ଧ ଜନସ୍ୱାସ୍ଥ୍ୟ ସୁରକ୍ଷା…

Read More