Author: TRUPTIMAYEE SAHOO

ବଲିଉଡ଼ ସଂଗୀତ ଜଗତରେ ଏକ ଐତିହାସିକ ଓ ଭାବପ୍ରବଣ ମୁହୂର୍ତ୍ତ । ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂହ ଫିଲ୍ମ ସଂଗୀତ ଜଗତରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଦିନରେ ସେ ଆଉ ଫିଲ୍ମ ପାଇଁ ଗୀତ ଗାଇବେ ନାହିଁ, ଯଦିଓ ସଂଗୀତ ସହ ତାଙ୍କ ସମ୍ପର୍କ ଜାରି ରହିବ। ଟେଲିଭିଜନ ରିଏଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ ମାଧ୍ୟମରେ କ୍ୟାରିଅର ଆରମ୍ଭ କରିଥିବା ଅରିଜିତ ସିଂହ ନିଜର ସୁମଧୁର ଓ ଭାବପ୍ରବଣ କଣ୍ଠସ୍ୱରରେ ସାରା ଦେଶର ସଂଗୀତପ୍ରେମୀଙ୍କ ହୃଦୟ ଜିତିଥିଲେ। ପ୍ରାୟ ୧୫ ବର୍ଷର କଣ୍ଠଶିଳ୍ପୀ କ୍ୟାରିଅରରେ ସେ ହିନ୍ଦୀ, ବଙ୍ଗଳା, ମରାଠୀ, ତେଲୁଗୁ ସହ ଅନେକ ଭାଷାରେ ୪୦୦ରୁ ଅଧିକ ଗୀତରେ କଣ୍ଠସ୍ୱର ଦେଇଛନ୍ତି। “ତୁମ୍ ହି ହୋ” ଗୀତ ଅରିଜିତଙ୍କୁ ରାତିରେ ତାରକା କରିଦେଇଥିଲା । ତା’ପରେ “ଚନ୍ନା…

Read More