Author: TRUPTIMAYEE SAHOO

ନୂଆଦିଲ୍ଲୀରୁ ଆସିଥିବା ଏକ ନିଷ୍ପତ୍ତି ଦକ୍ଷିଣ ଏସିଆର ରାଜନୈତିକ ଓ କୁଟନୈତିକ ପରିବେଶକୁ ଏକାଘାତରେ ଗଡ଼ାଇ ଦେଇଛି। ୨୦୨୬ କେନ୍ଦ୍ରୀୟ ବଜେଟ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶ ପାଇଁ ଆର୍ଥିକ ସହାୟତାକୁ ପ୍ରାୟ ଅଧାକୁ କମାଇ ଦେଇଛି । ଯେଉଁ ବାଂଲାଦେଶ ଦୀର୍ଘଦିନ ଧରି ଭାରତର ସବୁଠାରୁ ନିକଟ ଓ ବିଶ୍ୱସନୀୟ ପଡ଼ୋଶୀ ଭାବେ ଗଣାଯାଉଥିଲା, ସେଠାରେ ଏହି ନିଷ୍ପତ୍ତିକୁ ‘ଆର୍ଥିକ ଝଟକା’ ମାତ୍ର ନୁହେଁ, ବରଂ ଏକ କୁଟନୈତିକ ସଙ୍କେତ ଭାବେ ମଧ୍ୟ ଦେଖାଯାଉଛି। ବଜେଟ୍ ଆଙ୍କଡା ଦେଖିଲେ ଚିତ୍ର ସ୍ପଷ୍ଟ। ବାଂଲାଦେଶ ପାଇଁ ଭାରତର ଆର୍ଥିକ ସହାୟତା ୧୨୦ କୋଟିଠାରୁ କମି ୬୦ କୋଟି କରାଯାଇଛି। ଅର୍ଥାତ୍‌, ପ୍ରାୟ ୫୦ ପ୍ରତିଶତ କମିଛି। ଏହା ସହିତ ମାଳଦ୍ୱୀପ ପାଇଁ ସହାୟତା ୮ ପ୍ରତିଶତ କମିଛି, ମିଆଁମାର ପାଇଁ ୧୪ ପ୍ରତିଶତ ହ୍ରାସ ହୋଇଛି। କିନ୍ତୁ ଏହି ଚିତ୍ରର ଅନ୍ୟ ପକ୍ଷ—ନେପାଳ, ଭୁଟାନ, ଶ୍ରୀଲଙ୍କା ଓ ମରିସସ୍ ପାଇଁ ସହାୟତା…

Read More