Author: TRUPTIMAYEE SAHOO

ସାଧାରଣତଃ ପିଲାମାନଙ୍କର ପ୍ରଥମ ଦାନ୍ତ ୬ ମାସ ବୟସରୁ ଉଠିବା ଆରମ୍ଭ ହୋଇଥାଏ । ଏହି ସମୟରେ ଅଧିକାଂଶ ବାପା–ମା’ମାନେ ପିଲାଙ୍କ ଦାନ୍ତ ଯତ୍ନ ନେବାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି । ପ୍ରଥମ ଦାନ୍ତ ତ ଝଡ଼ିଯିବ, ତେଣୁ ଯତ୍ନ ଦରକାର ନାହିଁ—ଏଭଳି ଧାରଣା ଅନେକଙ୍କ ମନରେ ରହିଛି । କିନ୍ତୁ ଡାକ୍ତରମାନେ କହୁଛନ୍ତି ଯେ, ପିଲାଙ୍କ ଦାନ୍ତ ଉଠିବା ମାତ୍ରେ ତାହାର ସଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ଦାନ୍ତ ଉଠିବା ପୂର୍ବରୁ ପିଲାମାନେ ନରମ ମାଢ଼ି ସାହାଯ୍ୟରେ ଖାଦ୍ୟ ଖାଇଥାଆନ୍ତି । ଏହି ସମୟରେ ମଧ୍ୟ ମାଢ଼ିରେ ଜୀବାଣୁ ଜମିପାରେ । ତେଣୁ ପ୍ରତ୍ୟେକ ଥର ପିଲାକୁ ଖାଇବାକୁ ଦେବା ପରେ ଏକ ସଫା ଓ ଓଦା କପଡ଼ା କିମ୍ବା ଗଜା କପଡ଼ାରେ ମାଢ଼ିକୁ ହଲୁକା ଭାବରେ ପୋଛିବା ଉଚିତ୍। ଏହା ମୁହଁରେ ଜୀବାଣୁ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ। ପିଲାଙ୍କ ପ୍ରଥମ ଦାନ୍ତ ଦେଖାଦେବା ସହିତ…

Read More