Author: TRUPTIMAYEE SAHOO

ବଦଳିବ ଅନୁଗୋଳ ଜିଲ୍ଲାରେ ସାତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟର ଦୃଶ୍ୟ । ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟରେ ଏଠାରେ ଏକ ଅତ୍ୟାଧୁନିକ ଭିତ୍ତିଭୂମି ସଜାଯିବ, ଯାହା ସାତକୋଶିଆକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ୍ ହବ୍ ରୂପେ ପରିଣତ କରିବ। ଏହି ସୂଚନା ସାତକୋଶିଆ ଅଭୟାରଣ୍ୟର DFO ଗଦାଧର ପାତ୍ର ଦ୍ୱାରା ଦିଆଯାଇଛି। ସେ କହିଛନ୍ତି, ଏହି ୯୯ କୋଟି ୭୫ ଲକ୍ଷ ଟଙ୍କାର ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ରାଜ୍ୟ ସରକାର ଦ୍ୱାରା ଅନୁମୋଦିତ ହୋଇଛି। ପ୍ରକଳ୍ପର କାର୍ଯ୍ୟକ୍ଷେତ୍ରରେ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୬ଟି ମୁଖ୍ୟ ସ୍ଥାନ ଚିହ୍ନଟ କରାଯାଇଛି। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡାରେ ନୂଆ ପ୍ରବେଶ ପଥ ନିର୍ମାଣ ହେବ । ସେହିପରି ମହାନଦୀ ବନଖଣ୍ଡର ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ମଧ୍ୟ ପ୍ରବେଶ ପଥ ସଜାଯିବ । ନୂଆ ପ୍ରବେଶ ପଥରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍, ୱାଚ୍ ଟାୱାର, ରିଭର ଭିୟୁ…

Read More