Author: TRUPTIMAYEE SAHOO

ପାଖେଇ ଆସୁଛି ମହାଶିବରାତ୍ରୀ—ଭଗବାନ ଶିବଙ୍କ ଆରାଧନାର ସବୁଠୁ ପବିତ୍ର ଓ ଶକ୍ତିଶାଳୀ ଦିନ । ଏହି ଦିନଟି ଭକ୍ତମାନଙ୍କ ପାଇଁ କେବଳ ଏକ ପର୍ବ ନୁହେଁ ବରଂ ଆତ୍ମଶୁଦ୍ଧି, ସଂଯମ ଓ ଆଧ୍ୟାତ୍ମିକ ଜାଗୃତିର ଏକ ବିଶେଷ ସୁଯୋଗ । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ ରବିବାର ଦିନ ପାଳିତ ହେବ। ଏହି ଦିନଟି ଧାର୍ମିକ ଦୃଷ୍ଟିକୋଣ ସହିତ ସହିତ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମହାଶିବରାତ୍ରୀ ଦିନ ଅନେକ ଭକ୍ତ ଫଳମୂଳ ଖାଇ ଉପବାସ ରଖନ୍ତି, କେହି ସାରା ରାତି ଜାଗ୍ରତ ରହି ଶିବଲିଙ୍ଗର ଅଭିଷେକ, ରୁଦ୍ରାଭିଷେକ ଓ ମନ୍ତ୍ର ପାଠ କରନ୍ତି। ଭକ୍ତି, ଧୈର୍ଯ୍ୟ ଓ ଆସ୍ଥା ସହ ଏହି ଦିନଟି ପାଳନ କଲେ ଭଗବାନ ଶିବଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।  ଏହି ବର୍ଷ ମହାଶିବରାତ୍ରୀ ଦିନ ଗ୍ରହଗୋଚର ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖେ। ଏହି ଦିନ ୩ଟି ପ୍ରମୁଖ…

Read More