Author: TRUPTIMAYEE SAHOO

ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ବାରିଙ୍ଗ ଝିଲିମିଲିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟି ରାସ୍ତାରେ ଭାରସାମ୍ୟ ହରାଇ ବସଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ବାଣୀଗୋଚ୍ଛା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବସଟିରେ ପ୍ରାୟ ୩୦ରୁ ୩୫ଜଣ ଯାତ୍ରୀ ଥିଲେ । ସକାଳ ବେଳେ ଘାଟି ରାସ୍ତା ଦେଇ ବସଟି ଯାଉଥିବା ସମୟରେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ । ରାସ୍ତା ଭିଜା ଓ ବକ୍ରାକାର ଥିବାରୁ ବସଟି ସଡ଼କରୁ ସ୍ଲିପ୍ କରି ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ପ୍ରଥମେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୋଲିସ ଓ ଅଗ୍ନିଶମ ବିଭାଗର…

Read More