Author: TRUPTIMAYEE SAHOO

ଆସନ୍ତା ୧୨ ଫେବୃଆରୀରେ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ କୃଷକ ସଂଗଠନମାନେ ଏହି ବନ୍ଦକୁ ସମର୍ଥନ କରି ବଡ଼ ପ୍ରସ୍ତୁତି ନେଇଛନ୍ତି । ଆୟୋଜକମାନଙ୍କ ଦାବି ଅନୁସାରେ, ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ଓ କୃଷକ ଏହି ଆନ୍ଦୋଳନରେ ସାମିଲ ହେବେ । ବିକ୍ଷୋଭ ଦିନରେ ଦେଶର ଅନେକ ସେବା ଓ ଦୈନିକ ଜୀବନ ଗତିରେ ପ୍ରଭାବ ପଡ଼ିପାରେ। INTUC, AITUC, HMS, CITU ସହିତ ୧୦ଟି ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ଧର୍ମଘଟର ନେତୃତ୍ୱ ନେଉଛନ୍ତି । ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଅଲ୍ ଇଣ୍ଡିଆ କିଷାନ ସଭା ଓ ଭାରତୀୟ କିଷାନ ୟୁନିଅନ୍ ଭଳି ଚାଷୀ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ବ୍ୟାଙ୍କ କର୍ମଚାରୀ ସଂଘମାନେ ମଧ୍ୟ ବନ୍ଦରେ ସାମିଲ ହେବାରୁ ବ୍ୟାଙ୍କିଂ ସେବା ବିଘ୍ନିତ ହେବା ଆଶଙ୍କା ରହିଛି। ଶ୍ରମିକ ଓ କୃଷକ…

Read More