Author: TRUPTIMAYEE SAHOO

ଭାରତୀୟ ସଂସଦ ପୁଣିଥରେ ରାଜନୈତିକ ବିବାଦ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ପହଞ୍ଚିଛି । ବିରୋଧୀ ଦଳନେତା ରାହୁଲ ଗାନ୍ଧିଙ୍କ ଗୋଟିଏ ଭାଷଣକୁ ନେଇ ଶାସକ ଶିବିରର କଟୁ ପ୍ରତିକ୍ରିୟା, ତାଙ୍କ ବିରୋଧରେ ସବଷ୍ଟାଣ୍ଟିଭ୍ ପ୍ରସ୍ତାବ ଆଣିବାର ଘୋଷଣା, ଏବଂ ସଦସ୍ୟତା ବାତିଲ ନେଇ ଚର୍ଚ୍ଚା- ସବୁମିଶି ଲୋକତନ୍ତ୍ରର ମୂଳ ଆତ୍ମା ସମ୍ପର୍କରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ଏହି ପ୍ରଶ୍ନ କେବଳ ରାହୁଲ ଗାନ୍ଧିଙ୍କ ରାଜନୈତିକ ଭବିଷ୍ୟତ ନୁହେଁ; ଏହା ସଂସଦୀୟ ପ୍ରକ୍ରିୟା, ବହୁମତର ଶକ୍ତି, ସାମ୍ବିଧାନିକ ସୀମା ଓ ଗଣତନ୍ତ୍ରର ସ୍ୱାସ୍ଥ୍ୟ ସମ୍ପର୍କରେ ଉଠିଛି। ଏକ ସବଷ୍ଟାଣ୍ଟିଭ୍ ପ୍ରସ୍ତାବ ଦ୍ୱାରା ଜଣେ ସାଂସଦଙ୍କ ସଦସ୍ୟତା ସମାପ୍ତ କରାଯାଇପାରେ? ଏହାର ଉତ୍ତର ପାଇଁ ଆମକୁ ସଂସଦୀୟ ଶବ୍ଦାବଳୀରୁ ଆରମ୍ଭ କରି ସାମ୍ବିଧାନିକ ବ୍ୟବସ୍ଥା ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଲୋକସଭାରେ ଭାଷଣ ସମୟରେ ରାହୁଲ ଗାନ୍ଧିଙ୍କ କିଛି ମନ୍ତବ୍ୟକୁ ନେଇ ଶାସକ ଦଳ ଗୁରୁତର ଆପତ୍ତି ଜଣାଇଲା। ବିଜେପି ସାଂସଦ ନିଶିକାନ୍ତ…

Read More