Author: TRUPTIMAYEE SAHOO

ସ୍ୱାଧୀନ ଭାରତର ଇତିହାସ ଏକ ନୂଆ ମୋଡ଼ ନେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO India (‘ସାଉଥ୍ ବ୍ଲକ୍’) ବିଦାୟ ନେଇ ଏବେ ତାର ନୂତନ ଠିକଣା ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହେବ । ଏହି ପରିବର୍ତ୍ତନ ସ୍ୱାଧୀନତା ପରେ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ଆରମ୍ଭ କରୁଛି, ଯାହାର ଲକ୍ଷ୍ୟ ପୁରୁଣା ବ୍ରିଟିଶ କାଳର ଚିହ୍ନକୁ ପରିବର୍ତ୍ତନ କରି ଭାରତୀୟ ସେବାକୁ ପ୍ରଧାନ୍ୟ ଦେବା । ସଂଯୋଗର ଏହି ଦିନର ଐତିହାସିକ ପୃଷ୍ଠଭୂମି ମଧ୍ୟ ଆକର୍ଷଣୀୟ । ୧୯୩୧ ମସିହାରେ ଫେବୃଆରୀ ୧୩ ତାରିଖରେ ଭାରତର ରାଜଧାନୀ ଭାବେ ନୂଆଦିଲ୍ଲୀକୁ ଘୋଷଣା କରାଯାଇଥିଲା । ସମାନ ଦିନରେ, ସାଉଥ୍ ବ୍ଲକରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସେବାମୂଳକ ନୂତନ ସ୍ଥାନକୁ ଯିବ । ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଓ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍ଘାଟନ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରା ଆଜି ସନ୍ଧ୍ୟା ୧ଟା…

Read More