Author: TRUPTIMAYEE SAHOO

କୋରାପୁଟ ଜିଲ୍ଲାରେ ଦୁଃଖଦ ଘଟଣା। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲୁମୀ ଜଳପ୍ରପାତରେ ବୁଡ଼ି ଜଣେ ପୁଲିସ ଅଧିକାରୀ ନିଖୋଜ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଅଧିକାରୀ ହେଲେ ଛତିଶଗଡ଼ର ନଗରନାର ଥାନାର ସବ୍-ଇନ୍ସପେକ୍ଟର ଆକାଶ ଚୌଧୁରୀ। ସେ  ପିକନିକ୍ କରିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ପାଞ୍ଚ ଜଣ ସାଙ୍ଗମାନେ ମିଶି ଗୁଲୁମୀ ଜଳପ୍ରପାତକୁ ଆସିଥିଲେ। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ ସହ ଜଳପ୍ରପାତରେ ସ୍ନାନ କରୁଥିବା ବେଳେ ଅଚାନକ ଆକାଶ ଚୌଧୁରୀ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସହଯାତ୍ରୀମାନେ ତୁରନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପାଣିର ବେଗ ଓ ଗଭୀରତା ହେତୁ ସେମାନେ ସଫଳ ହୋଇପାରିନଥିଲେ। ଘଟଣା ପରେ ସ୍ଥାନୀୟ ପୁଲିସ ଓ କୋଟପାଡ଼ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ତୁରନ୍ତ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ତେବେ   ନିଖୋଜ ଏସଆଇଙ୍କ କୌଣସି ସନ୍ଧାନ ମିଳିନାହିଁ।…

Read More