Author: TRUPTIMAYEE SAHOO

ରାଜଧାନୀରେ ଦିନଦହାଡ଼ିଆ ସୁନା ଦୋକାନରୁ ସ୍ପ୍ରେ ମାରି ଲୁଟ୍ ଘଟଣାରେ ପୋଲିସ ବଡ଼ ସଫଳତା ହାସଲ କରିଛି । ଘଟଣାରେ ଜଡିତ ଅଭିଯୁକ୍ତକୁ କଳିଙ୍ଗ ବିହାର ଅଞ୍ଚଳରୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଜଣେ ନାବାଳକ ଥିବା କଥା ସ୍ପଷ୍ଟ ହୋଇଛି । ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଜଣେ ଯୁବକ ଗ୍ରାହକ ବେଶରେ ଏକ ଧଳା ସ୍କୁଟିରେ ସୁନା ଦୋକାନକୁ ଆସିଥିଲେ। ଦୋକାନରେ ପ୍ରବେଶ କରି ସେ ଅଳଙ୍କାର ଦେଖିବାକୁ ଚାହିଁଥିଲେ। ପରେ ହଠାତ୍ ସେ କର୍ମଚାରୀଙ୍କ ଉପରେ ସ୍ପ୍ରେ ମାରି ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି କରିଥିଲେ। ଏହି ଅବସରକୁ ଲାଭ ଉଠାଇ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଘଟଣା ପରେ ଦୋକାନମାଲିକଙ୍କ ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା…

Read More