Author: Ayesha Debnath

Milk VS Beer: ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ନିୟମିତ ଏହାର ସେବନ ଦ୍ୱାରା ଆମକୁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବଢ଼ିଯାଏ। ହେଲେ ଏକ ରିପୋର୍ଟରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’ ବୋଲି କୁହାଯାଇଛି । କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲା ଦିନରୁ ଆମେ ଶୁଣି ଆସୁଛେ। ଖାଦ୍ୟ ସହିତ ସମସ୍ତେ କ୍ଷୀରକୁ ମଧ୍ୟ ଏକ ଜରୁରୀ ଉପାଦାନ ଭାବରେ ଗ୍ରହଣ କରିଥାନ୍ତି । ତେବେ ପେଟାର ଏକ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କୁହାଯାଇଛି, ‘କ୍ଷୀର ଅପେକ୍ଷା ବିଅର୍‌ ଶରୀର ପାଇଁ ଭଲ। ଗବେଷଣା ଅନୁସାରେ ବିଅର୍‌ ଆପଣଙ୍କ ହାଡ଼କୁ ମଜବୁତ୍‌ କରିଥାଏ ଏବଂ ଆୟୁଷ ବୃଦ୍ଧି କରିଥାଏ। କିନ୍ତୁ କ୍ଷୀର ଶରୀରରେ ମେଦବହୁଳତା, ଡାଇବେଟିସ୍‌, କ୍ୟାନସର୍‌ ପରି ରୋଗକୁ ଜନ୍ମ ଦେଇଥାଏ। ତେଣୁ କ୍ଷୀର ପିଅନ୍ତୁ ନାହିଁ ବୋଲି ପେଟା ଏହି ରିପୋର୍ଟରେ ପ୍ରକାଶ…

Read More