Author: Ayesha Debnath

Sukesh Chandrasekhar: କୋଟି କୋଟି ଟଙ୍କା ଠକେଇ ମାମଲାରେ ଗତ ୯ ବର୍ଷ ଧରି ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ନିଜର ଆୟ ପ୍ରକାଶ କରିବା ସହ ହଜାର ହଜାର କୋଟି ଟଙ୍କା ଟିକସ ଆକାରରେ ଜମା କରିବାକୁ ଅନୁମତି ମାଗିଥିଲେ। ୨୦୨୪-୨୫ରେ ତାଙ୍କ କମ୍ପାନି ବିଶ୍ୱସ୍ତରରେ ୨୨,୪୧୦ କୋଟି ଟଙ୍କା, ବ୍ୟକ୍ତିଗତ ଆୟ ୭,୬୪୦ କୋଟି ଟଙ୍କା ଏବଂ ସେ ଟିକସ ଦେବାକୁ ଚାହୁଁଛନ୍ତି ବୋଲି ସୁକେଶ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏଲ୍ ଏସ୍ ହୋଲ୍ଡିଂସ୍ ଇଣ୍ଟରନ୍ୟାସନାଲ୍ ଆଣ୍ଡ ସ୍ପିଡ୍ ଗେମିଂ କର୍ପୋରେସନ୍ ଭାବେ ମୋର ବ୍ୟବସାୟ ରହିଛି। ଏହି କମ୍ପାନୀଗୁଡ଼ିକ ଆମେରିକାର ନେଭାଡା ଏବଂ ବ୍ରିଟେନର ଭର୍ଜିନ୍ ଦ୍ୱୀପପୁଞ୍ଜରେ ପଞ୍ଜୀକୃତ ହୋଇଛନ୍ତି। ଏହା ଏକ ଅନଲାଇନ୍/ଅଫଲାଇନ ଗେମିଂ, ବେଟିଂ ବ୍ୟବସାୟ, ଯାହା ୨୦୧୬ ରୁ ପଞ୍ଜୀକୃତ ଏବଂ ଲାଭଜନକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ମହାନ…

Read More