Author: Ayesha Debnath

Singapore President: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକ୍ରମେ ଜାନୁଆରୀ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ରାଷ୍ଟ୍ରପତି ଥାରମନ ଶାନମୁଗାରତ୍ନମ୍ ଭାରତ ଗସ୍ତରେ ଆସିବେ। ୧୦ ବର୍ଷ ମଧ୍ୟରେ ସେ ପ୍ରଥମ ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସିବେ। ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ଏହି ସମ୍ପର୍କକୁ ଚିହ୍ନିବା ପାଇଁ ଉଭୟ ଦେଶରେ ବର୍ଷବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମ ଓ ବିନିମୟର ଏକ ଅଂଶ ହେଉଛି ଏହି ଗସ୍ତ। ଜାନୁଆରୀ ୧୬ ତାରିଖରେ ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଥର୍ମନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ, ଯିଏ କି ତାଙ୍କ ସମ୍ମାନରେ ଭୋଜିର ଆୟୋଜନ କରିବେ। ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍…

Read More