Author: Ayesha Debnath

Japan Earthquake: ସୋମବାର ଦକ୍ଷିଣ-ପଶ୍ଚିମ ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା ଏବଂ ଲୋକଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଥିଲା, ଯଦିଓ ପରେ ସୁନାମି ସତର୍କସୂଚନା ପ୍ରତ୍ୟାହାର କରାଯାଇଥିଲା। ଏହାର ତୀବ୍ରତା କ’ଣ ଥିଲା? ପ୍ରଥମେ ଭୂମିକମ୍ପର ତୀବ୍ରତା ୬.୯ ଥିବା ବେଳେ ପରେ ଏହା ୬.୬କୁ ଖସି ଆସିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମିଆଜାକି ପ୍ରିଫେକ୍ଚରରେ ଥିଲା। ଏଥିରେ କୌଣସି କ୍ଷୟକ୍ଷତିର ଖବର ମିଳି ନଥିଲା । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କେତେକ ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା । ଭୂମିକମ୍ପ ସମୟରେ ମିଆଜାକି ଷ୍ଟେସନରେ ଟ୍ରେନ୍ ଅଟକି ରହିଥିଲା। ତିବ୍ଦତରେ ମଧ୍ୟ ଭୂମିକମ୍ପ ହୋଇଥିଲା ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ସିଗାଜେର ଡିଗ୍ଗୋରି କାଉଣ୍ଟିରେ ସୋମବାର ରାତିରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଚାଇନା…

Read More