Author: Ayesha Debnath

Washington DC Flight Crash: ୱାଶିଂଟନ ଡିସିର ରେଗାନ୍ ଜାତୀୟ ବିମାନବନ୍ଦର ନିକଟରେ ଆମେରିକୀୟ ସେନାର ଏକ ହେଲିକପ୍ଟର ସହ ଧକ୍କା ହେବା ପରେ ଏକ ଯାତ୍ରୀବାହୀ ବିମାନ ପୋଟୋମାକ୍ ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୪ ଜଣ କ୍ରୁ ମେମ୍ବରଙ୍କ ସମେତ ପ୍ରାୟ ୬୪ ଜଣ ଯାତ୍ରୀ ଥିଲେ। ବିଏନ୍ଓ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନଦୀରୁ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଏହାଠାରୁ ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକାନ୍ ଏୟାରଲାଇନ୍ସର ଏହି ବିମାନ କାନସାସର ୱିଚିଟାରୁ ୱାଶିଂଟନ୍ ଡିସି ଅଭିମୁଖେ ଆସୁଥିଲା। ରନୱେରେ ଅବତରଣ ସମୟରେ ବିମାନଟି ସାମରିକ ହେଲିକପ୍ଟର ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି ହଠାତ୍ ଡାହାଣ ଆଡ଼କୁ ଝୁଲି ନିଆଁ ଲାଗି ଯାଇଥିଲା ଏବଂ ଦ୍ରୁତ ଗତିରେ ନଦୀରେ ଖସି ପଡ଼ିଥିଲା।…

Read More