Author: Ayesha Debnath

Maha Kumbh: ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି ଓଡ଼ିଶା ସରକାର। ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ମହାକୁମ୍ଭ ମେଳା ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ବସ୍ ସେବା ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହା ସହ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟରେ ଜନସାଧାରଣଙ୍କ ସହ ଅଧିକ ଅପଡେଟ୍ ସେୟାର କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳାକୁ ସ୍ୱତନ୍ତ୍ର ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଥିଲା। ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ବୁଧବାର ସକାଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମୌନି ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ କରିବା ପାଇଁ ଜାଗା ପାଇଁ ହନ୍ତସନ୍ତ ହେଉଥିବା ବେଳେ ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ବାତିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ଜାନୁଆରି ୧୨…

Read More