Author: Ayesha Debnath

Pahalgam attack : ଗୁଇନ୍ଦା ଏଜେନ୍ସିମାନେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭାବେ ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ସୈଫୁଲ୍ଲା କସୁରୀ ଓରଫ ଖାଲିଦଙ୍କୁ ଚିହ୍ନଟ କରିଛନ୍ତି। ଜଙ୍ଗଲର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ବ୍ୟାପକ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିବା ସହ ହେଲିକପ୍ଟର ମୁତୟନ କରିଛି। ପ୍ରାଥମିକ ଫରେନସିକ୍ ବିଶ୍ଳେଷଣ ଏବଂ ବଞ୍ଚିଥିବା ବ୍ୟକ୍ତିଙ୍କ ସାକ୍ଷ୍ୟରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ସାମରିକ ଗ୍ରେଡ୍ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ଯୋଗାଯୋଗ ଉପକରଣ ବ୍ୟବହାର କରିଥିଲେ, ଯାହା ନିର୍ଦ୍ଦିଷ୍ଟ ବାହ୍ୟ ଲଜିଷ୍ଟିକ୍ ସମର୍ଥନକୁ ସୂଚିତ କରେ । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଆତଙ୍କବାଦୀମାନେ ବଡି କ୍ୟାମ୍ ଏବଂ ହେଲମେଟ୍ ମାଉଣ୍ଟେଡ୍ କ୍ୟାମେରା ପିନ୍ଧି ପୂରା ଘଟଣାକ୍ରମକୁ ରେକର୍ଡ କରିଥିଲେ। ଆକ୍ରମଣକାରୀମାନେ ପୂରା ପ୍ରସ୍ତୁତି ସହ ଆସି ଶୁଖିଲା ଫଳ ଓ ଔଷଧ ମହଜୁଦ ରଖିଥିଲେ। ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ କିଛି…

Read More