Author: Ayesha Debnath

Heat wave: ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ହଠାତ୍ ବୃଦ୍ଧି ପାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନ୍ୟ ସ୍ଥାନରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରି ଅଧିକ ରହିଛି। ଏପ୍ରିଲ ୨୩ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗ୍ରୀଷ୍ମ ପ୍ରବାହ, ଗରମ ଓ ଆର୍ଦ୍ରତା ଏବଂ ଗରମ ରାତି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ପୂର୍ବାନୁମାନ ୨୪ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ । ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ…

Read More