Author: Ayesha Debnath

Monalisa: ନିଜର ସୁନ୍ଦର ଆଖି ଏବଂ ସୁନ୍ଦର ହସ ପାଇଁ ପ୍ରୟାଗରାଜ କୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ମୋନାଲିସାଙ୍କ ଭାଗ୍ୟ ବଦଳିଯାଇଛି । ରାତାରାତି ଷ୍ଟାର ପାଲଟିଯାଇଛନ୍ତି ମୋନାଲିସା । ମୋନାଲିସା ଏବେ ଏକ ବଲିଉଡ଼ ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ହଁ, ଆପଣ ଠିକ୍ ପଢିଛନ୍ତି । ମାଳା ବିକ୍ରି କରି ଜୀବିକା ନିର୍ବାହ କରୁଥିବା ମୋନାଲିସା ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଡାଏରୀ ଅଫ୍ ମଣିପୁର’ ଚଳଚ୍ଚିତ୍ର ପାଇଁ ଲେଖକ-ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ ସାଇନ୍ କରିଛନ୍ତି। ମଣିପୁରରେ ଘଟିଥିବା ଏକ ଭୟଙ୍କର ଘଟଣା ଉପରେ ଆଧାରିତ ଏହି ସିନେମାରେ ମୋନାଲିସାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ନିର୍ଦ୍ଦେଶକ ମନୋଜ ମିଶ୍ର ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଥିବା ମହେଶ୍ୱରସ୍ଥିତ ମୋନାଲିସାଙ୍କୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ନେବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଦୁହିଁଙ୍କ ଏକାଠି ଏକ ଫଟୋ…

Read More