Author: Ayesha Debnath

RG Kar case: ଆରଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସଞ୍ଜୟ ରାୟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଶୁକ୍ରବାର କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉଭୟ ସିବିଆଇ ଓ ବେଙ୍ଗଲ ସରକାର କଲିକତା ହାଇକୋର୍ଟରେ ରୟଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ଆବେଦନ କରିଥିଲେ। ଜଷ୍ଟିସ୍ ଦେବାଂଶୁ ବାସାକ ଓ ଜଷ୍ଟିସ୍ ସବ୍ବର ରସିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସିବିଆଇ ତଦନ୍ତ କରିଥିବାରୁ ଏହାର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଉଛି। ଗତ ବର୍ଷ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଗତ ମାସରେ ସିବିଆଇ ଅଦାଲତ କୋଲକାତା ପୁଲିସର ପୂର୍ବତନ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅପରାଧର ବର୍ବରତା କାରଣରୁ ଏହି ଘଟଣା ଦେଶବ୍ୟାପୀ ଦୃଷ୍ଟି…

Read More