Author: Ayesha Debnath

Sanam Teri Kasam: ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭାଲେଣ୍ଟାଇନ୍ସ ସପ୍ତାହକୁ ଆଖି ଆଗରେ ରଖି ନିର୍ମାତା ଏହି ପ୍ରେମ କାହାଣୀକୁ ଗତକାଲି ଫେବୃଆରି ୭ ତାରିଖରେ ବଡ଼ ପରଦାରେ ରିଲିଜ୍ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ଫ୍ଲପ୍ ହୋଇଥିବା ଏହି ଫିଲ୍ମକୁ ଏବେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳୁଛି । ‘ସନମ ତେରି କସମ’ ୯ ବର୍ଷ ତଳେ ୨୦୧୬ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ହର୍ଷବର୍ଦ୍ଧନ ରାଣେ ଏବଂ ମାଓରା ହୋକେନ୍ ଙ୍କ ଅଭିନୀତ ଏହି ଫିଲ୍ମ ସେହି ସମୟରେ ଫ୍ଲପ୍ ହୋଇଥାଇପାରେ, କିନ୍ତୁ ଯିଏ ଏହାକୁ ଦେଖିଛି, ସେମାନେ ଏହାକୁ ପ୍ରଶଂସା କରିବା ବନ୍ଦ କରିପାରିନଥିଲେ। ଏହା ଏକ ପ୍ରେମ କାହାଣୀ ଯାହା ସମ୍ପୂର୍ଣ୍ଣ ହେବା କଥା, କିନ୍ତୁ ସମୟ ଏହି ଦମ୍ପତିଙ୍କୁ ଅଲଗା କରିଦେଇଥିଲା । ସୂଚନାଯୋଗ୍ୟ, ଫିଲ୍ମକୁ ଆଗୁଆ ବୁକିଂରେ ଭଲ କଲେକ୍ସନ ମିଳିଥିଲା ।…

Read More