Author: Ayesha Debnath

Delhi Election Result: ଅନେକ ଆଲୋଚନା, ତର୍କ ଓ ପରିବର୍ତ୍ତିତ ରାଜନୀତି ଭିତରେ ଭାରତର ରାଜଧାନୀ କ୍ଷେତ୍ର ଦିଲ୍ଲୀ ଶାସନରେ ପରିବର୍ତ୍ତନ ହେବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ଗଣତିର ଧାରା ଏହାକୁ ସ୍ପଷ୍ଟ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିଲେ ମଧ୍ୟ ଏହି ଫଳାଫଳ ଏକ୍‍ଜିଟ୍‍ ପୋଲ ଅନୁମାନକୁ ସଟିକ ପ୍ରମାଣିତ କରୁଛି। ଅର୍ଥାତ୍‍ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପିଢ଼ିର ନେତାମାନେ ଦିଲ୍ଲୀର ମଙ୍ଗ ଧରିବାକୁ ଯାଉଛନ୍ତି। ଏହା ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ରାଜନୀତି ପାଇଁ ଏକ ନୂଆ ଅଧ୍ୟାୟ ହୋଇପାରେ କିନ୍ତୁ ଦେଶର ଆଞ୍ଚଳିକ ଦଳମାନଙ୍କ ପାଇଁ ଏହା କି ଇଙ୍ଗିତ ଦେବ? ଏ ପ୍ରଶ୍ନ ବିଭିନ୍ନ ପ୍ରଦେଶରେ ଅଣ କଂଗ୍ରେସ ବା ଅଣ ବିଜେପି ଅଥବା ରାଜ୍ୟ ଭିତ୍ତିକ ରାଜନୀତିରେ ରାଜ୍ୟରେ କ୍ଷମତା ଦଖଲ କରିଥିବା ଅଥବା ଶକ୍ତ ବିରୋଧ କରୁଥିବା ଦଳ ମାନଙ୍କ ପାଇଁ ଏକ ମୋଡ଼ ପରିବର୍ତ୍ତନକାରୀ…

Read More