Author: Ayesha Debnath

Cancer: ବୈଜ୍ଞାନିକମାନେ କର୍କଟ ରୋଗର ଚିକିତ୍ସାର ଏକ ସ୍ୱତନ୍ତ୍ର ପଦ୍ଧତି ଆବିଷ୍କାର କରିଛନ୍ତି । ଏହା ଏକ ବିପରୀତ ଚିକିତ୍ସା ପଦ୍ଧତି । ଏଥିରେ କର୍କଟ କୋଷଗୁଡ଼ିକ ବିପରୀତ ଢଙ୍ଗରେ ସୁସ୍ଥ କୋଷରେ ପରିଣତ ହେବ। ବୈଜ୍ଞାନିକମାନେ ଏହାକୁ ମଲିକ୍ୟୁଲାର ସୁଇଚ୍ ନାମ ଦେଇଛନ୍ତି। ଦକ୍ଷିଣ କୋରିଆର ଡେଜିଓନ୍ ସ୍ଥିତ କେଏଆଇଏସଟିର ଗବେଷକଙ୍କ ଏହି ଖୁଲାସା ଦ୍ୱାରା କର୍କଟ ରୋଗର ନୂଆ ଚିକିତ୍ସା ହୋଇପାରିବ। ବାୟୋଲୋଜିକାଲ ପ୍ରଫେସର କ୍ୱାଙ୍ଗ-ହ୍ୟୁନ୍ ଚୋ କହିଛନ୍ତି ଯେ ତାଙ୍କ ଟିମ୍ ଏକ ମଲିକ୍ୟୁଲାର ସୁଇଚ୍ ଆବିଷ୍କାର କରିଛନ୍ତି ଯାହା କର୍କଟ କୋଷଗୁଡ଼ିକୁ ସ୍ୱାଭାବିକ କୋଷକୁ ଫେରାଇ ଆଣିପାରିବ। ଗବେଷକମାନେ ପ୍ରକାଶ କରିଛନ୍ତି ଯେ, ସାଧାରଣ କୋଷ କିପରି କର୍କଟ କୋଷରେ ପରିଣତ ହୁଏ । ଏକ ନିର୍ଦ୍ଦିଷ୍ଟ ସମୟରେ ଆମୂଳକ ପରିବର୍ତ୍ତନ ଘଟିଲେ ବିପଜ୍ଜନକ ସଂକ୍ରମଣ ହୁଏ ବୋଲି ସେମାନେ ବୁଝାଇଥିଲେ। ଉଦାହରଣ ସ୍ୱରୂପ, କେତଲିରେ ଫୁଟିବା ସମୟରେ ୨୧୨ ଡିଗ୍ରୀ ଫାରେନହାଇଟ୍ ରେ ପାଣି…

Read More