Author: Ayesha Debnath

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଓ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ସହ ପ୍ରତିରକ୍ଷା ସହଯୋଗ ଏବଂ ବାଣିଜ୍ୟିକ ଭାଗିଦାରୀ ବୃଦ୍ଧି କରିବା । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଫେବୃଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ ଏବଂ ତା’ପରେ ସେ ଆମେରିକା ଯିବେ, ଯେଉଁଠାରେ ସେ ଫେବ୍ରୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରି ୧୦ ରେ ପ୍ୟାରିସ୍ ରେ ପହଞ୍ଚିବେ ଏବଂ ସେହିଦିନ ଏଲିସି ପ୍ୟାଲେସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ରାତ୍ରୀ ଭୋଜନ କରିବେ। ଏହି ରାତ୍ରୀ ଭୋଜନରେ ପ୍ରମୁଖ ଟେକ୍ କମ୍ପାନିର ଅନେକ ସିଇଓ ମଧ୍ୟ ଉପସ୍ଥିତ ରହିବେ। ପରଦିନ ଅର୍ଥାତ୍ ଫେବୃଆରି ୧୧ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ଏହି ଶିଖର ସମ୍ମିଳନୀରେ…

Read More