Author: Ayesha Debnath

Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସାଇବର ଠକମାନେ ଯେଉଁ ‘ଜାଲ’ ଆକାଉଣ୍ଟରେ ଟଙ୍କା ଠକେଇ କରୁଛନ୍ତି, ସେହି ଆକାଉଣ୍ଟକୁ ଚିହ୍ନଟ କରିବା ପାଇଁ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ‘ସାଇବର ସିକ୍ୟୁରିଟି ଆଣ୍ଡ ସାଇବର କ୍ରାଇମ୍’ ପ୍ରସଙ୍ଗରେ ସୋମବାର ଗୃହ ମନ୍ତ୍ରଣାଳୟ ର ସଂସଦୀୟ ପରାମର୍ଶଦାତା କମିଟିର ବୈଠକରେ ଅଧ୍ୟକ୍ଷତା କରି ଶାହା କହିଛନ୍ତି ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ସାଇବର କ୍ରାଇମ ମନିଟରିଂ ଏବଂ ଡିଟେକ୍ସନ ଶାଖା ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର (ଆଇ୪ସି)ର ସୁପାରିସ ଆଧାରରେ ୮୦୫ଟି ଆପ୍ ଏବଂ ୩୨୬୬ଟି ୱେବସାଇଟ୍ ଲିଙ୍କ୍ କୁ ବ୍ଲକ୍ କରାଯାଇଛି। ଏହାବ୍ୟତୀତ ୩୯୯ଟି ବ୍ୟାଙ୍କ ଓ ଆର୍ଥିକ ମଧ୍ୟସ୍ଥି ସାମିଲ ହୋଇଛନ୍ତି, ୬ ଲକ୍ଷରୁ ଅଧିକ ସନ୍ଦେହଜନକ ଡାଟା ପଏଣ୍ଟ ସେୟାର କରାଯାଇଛି, ୧୯ ଲକ୍ଷରୁ ଅଧିକ ଖଚର ଆକାଉଣ୍ଟ ଧରାପଡ଼ିଛି ଏବଂ ୨୦୩୮ କୋଟି ଟଙ୍କାର…

Read More