Author: Ayesha Debnath

Joranda Magha Mela: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳଚଞ୍ଚଳ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳର ମହିମା ଗାଦି। ଅଲେଖ ମହିମା ଧ୍ୱନିରେ କମ୍ପୁଛି ପୂରା ପରିବେଶ । ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଯୋରନ୍ଦା ମହିମା ଗାଦି ମୁହାଁ ହୋଇଛନ୍ତି । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ୧୫୨ ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନି ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁପାର୍ଶ୍ଵରେ…

Read More