Author: Ayesha Debnath

India-Middle East-Europe Corridor: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ବୁଧବାର ଫ୍ରାନ୍ସରେ ଭାରତ-ମଧ୍ୟ-ପୂର୍ବ-ୟୁରୋପ କରିଡର ପ୍ରକଳ୍ପର ସମୀକ୍ଷା କରିବା ସହ ମିଳିତଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏହି ପ୍ରକଳ୍ପର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦ୍ୱିପାକ୍ଷିକ ସ୍ୱାର୍ଥ, ରଣନୈତିକ ଯୋଗାଣ ଶୃଙ୍ଖଳା ବୃଦ୍ଧି ଏବଂ ଭାରତ, ୟୁରୋପ ଏବଂ ମଧ୍ୟ-ପ୍ରାଚ୍ୟରେ ଅର୍ଥନୈତିକ, ଶକ୍ତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର (ଆଇଏମ୍ଇଇସି) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମାକ୍ରୋନ୍ ସହମତ ହୋଇଥିଲେ ଯେ ଆଇଏମଇଇସି ନିର୍ମାଣ ପାଇଁ ଦୁଇ ଦେଶ ଅଧିକ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଉଚିତ । ଏହି ସବୁ ଅଞ୍ଚଳରେ ଯୋଗାଯୋଗ, ସ୍ଥାୟୀ ଅଭିବୃଦ୍ଧି ଏବଂ ସ୍ୱଚ୍ଛ ଶକ୍ତିର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ନେତା ଆଇଏମଇସିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ…

Read More