Author: Ayesha Debnath

 Naveen Patnaik: ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ। ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ସେ କାହିଁକି ଅନୁପସ୍ଥିତ ଥିଲେ ବୋଲି ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟ ପ୍ରଶ୍ନ କରିଥିଲେ। ସେଠାରେ ଉପସ୍ଥିତ ନେତାମାନେ ତାଙ୍କର ଦେହ ଅସୁସ୍ଥ ଥିବାର ସୂଚନା ଦେଇଥିଲେ । ଏହାକୁ ନେଇ ନବୀନଙ୍କ ପ୍ରତି ଉତ୍ତର ବୁଝା ପଡୁନଥିଲେ ମଧ୍ୟ, ଚମ୍ପୁଆ ବିଧାୟକ ସନା ମହାକୁଡ଼ ବିଜେପି ଆଡକୁ ମୁହାଁଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ମହାକୁଡ଼ଙ୍କ ରାଜନୈତିକ ଆଭିମୁଖ୍ୟକୁ ନେଇ ବ୍ୟାପକ ଚର୍ଚ୍ଚା ସୃଷ୍ଟି…

Read More