Author: Ayesha Debnath

RSS: ୧୯୬୨ ମସିହାରେ ଦିଲ୍ଲୀର ଝଣ୍ଡେୱାଲାନରେ ଏକ ମହଲା କୋଠା ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଏବେ ସେହି ଅଞ୍ଚଳରେ ଏକ ନୂତନ କାର୍ଯ୍ୟାଳୟ ରହିଛି, ଯେଉଁଥିରେ ଅତ୍ୟାଧୁନିକ ସୁବିଧା, ଅଡିଟୋରିୟମ୍, ପଲିକ୍ଲିନିକ୍ ଆଦି ରହିଛି। ୧୫୦ କୋଟି ଟଙ୍କା ବ୍ୟୟରେ ନୂଆ କେଶବ କୁଞ୍ଜ କୋଠା ନିର୍ମାଣ କରାଯାଇଛି ବୋଲି ଆରଏସଏସର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। ୧୯୩୯ରେ ଦିଲ୍ଲୀରେ ଆମର ପ୍ରଥମ କାର୍ଯ୍ୟାଳୟ ଥିଲା । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ (ପୁରୁଣା କେଶବ କୁଞ୍ଜ) ଏକ ମହଲା କୋଠା ନିର୍ମାଣ ହୋଇଥିଲା ଏବଂ ପରେ ୮୦ ଦଶକରେ ଆଉ ଏକ ମହଲା ନିର୍ମାଣ କରାଯାଇଥିଲା। ସରସଂଘଚାଳକ ମୋହନ ଭାଗବତ ଜୀ ୨୦୧୬ରେ ଏହି କୋଠା (ନୂତନ କେଶବ କୁଞ୍ଜ)ର ଶିଳାନ୍ୟାସ କରିଥିଲେ ଏବଂ ଏହାପରେ ଦିଲ୍ଲୀର ସଂଗଠନ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଭଡ଼ାରେ ଉଦାସିନ ଆଶ୍ରମକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଥମ ଆରଏସଏସ ମୁଖ୍ୟ ଡକ୍ଟର କେଶବ…

Read More