What's Hot
Author: Ayesha Debnath
Hidden Tourist Destinations: ଓଡ଼ିଶା ଅନେକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଏହି ସୁନ୍ଦର ଗନ୍ତବ୍ୟସ୍ଥଳଗୁଡ଼ିକ ପ୍ରକୃତିର ଶାନ୍ତ ଆଲିଙ୍ଗନ ପ୍ରଦାନ କରିଥାଏ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏଭଳି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ହୋଇପାରିବ। ଲୋକମାନେ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଏହି ପର୍ଯ୍ୟଟନସ୍ଥଳୀକୁ। ଓଡ଼ିଶାରେ ମଧ୍ୟ ଅଧିକାଂଶ ଏପରି ସ୍ଥାନ ରହିଛି, ଯାହା ବିଷୟରେ ଅନେକ ଲୋକ ଏପର୍ଯ୍ୟନ୍ତ ଜାଣି ନଥିବେ। ଦୁଃଖର କଥା ହେଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଉନ୍ନୟନ ମୂଳକ ପ୍ରୟାସରୁ ଅବହେଳିତ ହୋଇ ରହିଛନ୍ତି, ଯାହା ଏହି ମନୋରମ ସ୍ଥାନଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟରୁ ବଞ୍ଚିତ କରୁଛି।ଏହାର ଏକ ଉଦାହରଣ ହେଉଛି ନବରଙ୍ଗପୁର ଝରିଗାଁର ଭୈରଘୁମାର ଜଳପ୍ରପାତ ଓ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ପବିତ୍ର ଦେବକୁଣ୍ଡ। ଭୈରଘୁମାର ଜଳପ୍ରପାତ: ଓଡ଼ିଶାର ଲୁଚି ରହିଥିବା ପ୍ରାକୃତିକ ଆଶ୍ଚର୍ଯ୍ୟ ଭୈରଘୁମାର ବା ଚନ୍ଦାହାଣ୍ଡି ଜଳପ୍ରପାତ ନବରଙ୍ଗପୁର…
