Author: Ayesha Debnath

Shivling Vastu tips: ହିନ୍ଦୁମାନଙ୍କ ଶ୍ରେଷ୍ଠ ତ୍ରୟଦେବତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହାଦେବ। ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଖଃରୁ ମୁକ୍ତି ମିଳିଥାଏ। ହିନ୍ଦୁ ବିଶ୍ୱାସ ଅନୁସାରେ ଶିବଲିଙ୍ଗରେ ଜଳ ଅର୍ପଣ କଲେ ମହାଦେବ ପ୍ରସନ୍ନ ହେବା ସହ ଭକ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ମିଳିଥାଏ । ମନ୍ଦିରରେ ଜଳ ଅର୍ପଣ କରିବା ସହିତ ଘରେ ଶିବଲିଙ୍ଗ ସ୍ଥାପନ କରି ମଧ୍ୟ ଆପଣଙ୍କୁ ଅନେକ ଆଶୀର୍ବାଦ ମିଳିଥାଏ । ହେଲେ ଶିବଲିଙ୍ଗକୁ ଘରେ ସ୍ଥାପନ କରି ପାରିବା କି ନାହିଁ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଥାଏ। ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ନିୟମ କହିବୁ, ଯାହାକୁ ମାନି ଆପଣ ଘରେ ଶିବଲିଙ୍ଗ ସ୍ଥାପନ କରିପାରିବେ। ଶିବଲିଙ୍ଗର ସଠିକ୍ ଦିଗ: ଘର ମନ୍ଦିରରେ ଶିବଲିଙ୍ଗ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାକୁ ନିୟମିତ ପୂଜା କରିବା ସହ ଜଳ ଅର୍ପଣ କରିବା ଉଚିତ ।…

Read More