Author: Ayesha Debnath

Gyanesh Kumar: ପୂର୍ବତନ ରେଜିଷ୍ଟ୍ରାଲ୍‍ ଜେନେରାଲ ଓ ଜନସଂଖ୍ୟା କମିଶନର ତଥା ୧୯୮୮ ବ୍ୟାଚ୍‍ କେରଳ କ୍ୟାଡର ଆଇଏଏସ୍‍ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ତାଙ୍କୁ ନିର୍ତବାଚନ ଆୟୁକ୍ତ ପଦବୀ ଲାଗି ନୁଯୁକ୍ତ କରିଛନ୍ତି। ବିରୋଧି ଦଳ ନେତା ରାହୁଲ ଗାନ୍ଧି ଏହି ନିଯୁକ୍ତିକୁ ନେଇ ଅସହମତି ଜାହିର କରିଥିଲେ। ଶ୍ରୀ କୁମାର ୨୦୩୦ ଯାଏ କାର୍ଯ୍ୟ କରିବେ। ଏହି ସମୟରେ ୨୦୨୯ ସାଧାରଣ ନିର୍ବାଚନ, ସୀମା ପୁନଃ ନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। ଶ୍ରୀ କୁମାର ପୂର୍ବତନ କମିଶନର ରାଜୀବ କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ପୂର୍ବରୁ ରାଜୀବ କୁମାରଙ୍କ ନେତୃତ୍ୱରେ ଥିବା ତିନି ଜଣିଆ ପ୍ୟାନେଲର ସେ ସବୁଠାରୁ ବରିଷ୍ଠ ଅଧିକାରୀ ତଥା କମିଶନର ଭାବେ କାର୍ଯ୍ୟ କରୁଥିଲେ। ସୋମବାର…

Read More