Author: Ayesha Debnath

Sourav Ganguly Accident: ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲି । ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ବର୍ଦ୍ଧମାନରେ ଆଯୋହିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁବାର ଦିନ ଦୁର୍ଗାପୁର ଏକ୍ସପ୍ରେସୱେରେ ତାଙ୍କ କନଭେୟ ଭିତରକୁ ହଠାତ୍ ଏକ ଟ୍ରକ ମାଡିଆସିଥିଲା । ଏଥିରେ ତାଙ୍କର କାର୍ ନିୟନ୍ତ୍ରଣ ହରାଇଥିଲା । ସ୍ଥିତି ସମ୍ଭାଳିବାକୁ ଡ୍ରାଇଭର ତୁରନ୍ତ ବ୍ରେକ୍ ମାରିଥିଲେ । ଏହି କାରଣରୁ କନଭେୟରେ ସାମିଲ ଗାଡିଗୁଡିକ ପରସ୍ପର ସହ ଧକ୍କା ହୋଇଥିଲେ । ହେଲେ କୌଣସି ବଡ ଦୁର୍ଘଟଣା ଘଟି ନଥିଲା । ସୌଭାଗ୍ୟବଶତଃ ଗାଙ୍ଗୁଲି ଆହତ ହୋଇନଥିଲେ। ଏହାସହ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ । ତେବେ ଗାଙ୍ଗୁଲିଙ୍କ କନଭେୟରେ ଦୁଇଟି କାର ସାମାନ୍ୟ କ୍ଷତିଗ୍ରସ୍ତ…

Read More