Author: Ayesha Debnath

China: ୩୦୦୦ ବର୍ଷ ପୁରୁଣା ରେଶମ ବୁଣା କୌଶଳ ପ୍ରୟୋଗ କରି ଚୀନ୍ ଷ୍ଟିଲ୍ଥ ଯୁଦ୍ଧ ବିମାନର କୋଟିଂରେ ଫାଟ କୁ ସୁଧାରିବାରେ ସଫଳ ହୋଇଛି ଚୀନ । ଯାହା ଆମେରିକାକୁ ଚକିତ କରିଛି। କାରଣ ଆମେରିକା ମଧ୍ୟ ନିଜର ଏଫ-୨୨ ଲଢୁଆ ବିମାନରେ ଦେଖାଦେଉଥିବା ଏହି ସମସ୍ୟାର କୌଣସି ସମାଧାନ ସୂତ୍ର ବାହାର କରିପାରିନାହିଁ। ବାସ୍ତବରେ ଏଫ-୨୨ ରାପ୍ଟର ଭଳି ଆମେରିକୀୟ ଷ୍ଟିଲ୍ଥ ବିମାନ ରାଡାର ଅବଶୋଷକ କୋଟିଂର କ୍ଷୟ ସମ୍ବନ୍ଧିତ ସମସ୍ୟା ସହ ସଂଘର୍ଷ କରୁଛି। ଏହା ଏଭଳି ଏକ ଦୁର୍ବଳତା ଯାହା ବିମାନର ରଡାର ନଜରରୁ ବଂଚିବା କ୍ଷମତାକୁ ହ୍ରାସ କରିଥାଏ । ପଞ୍ଚମ ପିଢ଼ିର ଜେଟ୍ ଏୟାରକ୍ରାଫ୍ଟ ପାଇଁ ଏକ ପ୍ରାଚୀନ ସମାଧାନ ଖୋଜି ଚୀନ୍ ଆମେରିକା ସମେତ ୟୁରୋପକୁ ଚମକାଇ ଦେଇଛି । ୩୦୦୦ ବର୍ଷ ପୁରୁଣା ଜ୍ଞାନକୌଶଳ ପ୍ରତିରକ୍ଷା ଶିଳ୍ପଗବେଷକଙ୍କ ସୂତ୍ରରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଚୀନର ସଫ୍ଟ ଆବରଣ ବିଶିଷ୍ଟ…

Read More