Author: Ayesha Debnath

Odisha: ଓଡ଼ିଶା ସରକାର ବର୍ଷକ ମଧ୍ୟରେ ୨୬୩ଟି ବସ୍ତିକୁ ରାଜସ୍ୱ ଗ୍ରାମରେ ପରିଣତ କରିଥିବା ବେଳେ ଆଉ ୧୪୭ଟି ବସ୍ତି ପାଇଁ ନିଷ୍ପତ୍ତି ଏବେ ସମୀକ୍ଷା ଚାଲିଛି। ଏପ୍ରିଲ ସୁଦ୍ଧା ଏହି ଅଟକି ରହିଥିବା ଗ୍ରାମଗୁଡ଼ିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମ୍ୟାପିଂ ଏବଂ ସୀମା ନିର୍ଦ୍ଧାରଣ ପାଇଁ ଆଧୁନିକ ଜ୍ଞାନକୌଶଳବ୍ୟବହାର କରାଯାଉଛି, ଏହି ପ୍ରକ୍ରିୟା ୬ରୁ ୭ ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି। ରାଜସ୍ୱ ଗ୍ରାମମାନ୍ୟତା ଚାହୁଁଥିବା ପଡ଼ାର ବାସିନ୍ଦାମାନେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ୱ ବୋର୍ଡ ଏପର୍ଯ୍ୟନ୍ତ ୧୦୫୩ଟି ବସ୍ତିକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରିଛି। କିନ୍ତୁ ପୂର୍ବ ସରକାରରେ ଧିମା କାର୍ଯ୍ୟକାରିତା ଯୋଗୁଁ ମାତ୍ର ୩୦୭ଟି ଗାଁଜମି ରେକର୍ଡରେ ଅପଡେଟ୍…

Read More