Author: Ayesha Debnath

Similipal : ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଗୁରୁବାର ଦିନ ଓଡ଼ିଶା ସରକାରଙ୍କ ଦ୍ଵାରା ଆନୁଷ୍ଠାନିକ ଘୋଷଣା ପରେ ଶିମିଳିପାଳକୁ ଆନୁଷ୍ଠାନିକଭାବେ ଜାତୀୟ ଉଦ୍ୟାନଭାବେ ମାନ୍ୟତା ମିଳିଛି। ଉଭୟ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ଡିଭିଜନର ୧୧ଟି ରେଞ୍ଜରେ ୮୪୫.୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳ ଏବେ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପାଇଛି ଏବଂ ଭିତରକନିକା ପରେ ଏହା ରାଜ୍ୟର ଦ୍ୱିତୀୟ ଜାତୀୟ କୀର୍ତ୍ତି। ଶିମିଳିପାଳ ଏବେ ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଓ ଓଡ଼ିଶାର ସର୍ବବୃହତ୍‍ ଉଦ୍ୟାନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହି ଘୋଷଣାନାମାକୁ ସଂରକ୍ଷଣ ପ୍ରୟାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଏବଂ ‘ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା’ର ଉଦ୍ଦେଶ୍ୟ ହାସଲ ଦିଗରେ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ ପରିବେଶ ସଂରକ୍ଷଣ, ଆଦିବାସୀ କଲ୍ୟାଣ ଏବଂ ନିରନ୍ତର ବିକାଶ ପାଇଁ ଏହାର ଗୁରୁତ୍ୱ ଉପରେ ଗୁରୁତ୍ୱ…

Read More