Author: Ayesha Debnath

Benefits Of Jamun: ଜାମୁ କୋଳିର ପାଉଡର ବା ଗୁଣ୍ଡ ପ୍ରକୃତିର ଏକ ଅନମୋଲ ଉପହାର, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଆୟୁର୍ବେଦରେ ଏହାର ବିଶେଷ ମହତ୍ତ୍ୱ ଅଛି। ଏହା ପେଟକୁ ସଫା କରିବାରେ ସାହାଯ୍ୟ କରେ। ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଘରୋଇ ଉପଚାର ମଧ୍ୟରେ ସ୍ଥାନ ଦିଆଯାଇଛି । ଆୟୁର୍ବେଦର ପ୍ରସିଦ୍ଧ ଗ୍ରନ୍ଥ ‘ଚରକ ସଂହିତା’ ରେ ଜାମୁ କୋଳିର ସମ୍ପୂର୍ଣ୍ଣ ଗଛର ବ୍ୟବହାରର ଉଲ୍ଲେଖ କରାଯାଇଛି। ଜାମୁ କୋଳି ପତ୍ର, ଫଳ, ମଞ୍ଜି ଓ ମୂଳ ଆୟୁର୍ବେଦୀୟ ଔଷଧୀୟ ତିଆରି କରିବାରେ କାମରେ ଆସେ। ଜାମୁ କୋଳି ବହୁତ ହେଲ୍ଦି ଏବଂ ସ୍ୱାଦିଷ୍ଟ ଫଳ । ଏହା ଗ୍ରିଷ୍ମକାଳରେ ବାଜାରରେ ଅଧିକମାତ୍ରାରେ ଦେଖିବାକୁ ମିଳେ । ପ୍ରୀ-ଡାୟବେଟିଜ୍ କିମ୍ବା ଡାୟବେଟିଜ୍ ରୋଗୀଙ୍କ ପାଇଁ ଲାଭଦାୟକ ଜାମୁ କୋଳିକୁ ଖାଇବା ପରେ ଏହାର ମଞ୍ଜିକୁ ନ ଫିଙ୍ଗି ଭଲ ଭାବରେ ସଫା କରି ସୂର୍ଯ୍ୟ କିରଣରେ…

Read More