Author: Ayesha Debnath

Sambalpur : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଓଡ଼ିଶା ହାଇକୋର୍ଟ ସବୁଜ ସଙ୍କେତ ଦେବାର ଗୋଟିଏ ଦିନ ପରେ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ସୂଚନା ଦେଇଛନ୍ତି ଯେ ଏହି ପର୍ବ ସମୟରେ ସହରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଗଣମାଧ୍ୟମକୁ କହିଛନ୍ତି ଯେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଜିଲ୍ଲାରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଦୁଇଟି କମ୍ପାନୀ ଏବଂ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ)ର ଗୋଟିଏ କମ୍ପାନୀ ମୁତୟନ ହେବେ। ଏଥିସହ ଶାନ୍ତିଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଏବଂ ପର୍ବପର୍ବାଣୀକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଚାଲିଛି ସିସିଟିଭି କ୍ୟାମେରା ଇନଷ୍ଟାଲମେଣ୍ଟ  ପରିସ୍ଥିତି ଉପରେ ନଜର…

Read More