Author: Ayesha Debnath

IMD : ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ଗରମ ରହିବ ଏବଂ କେନ୍ଦ୍ରୀୟ ଓ ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆଇଏମଡି ସୋମବାର କହିଛି। ପଶ୍ଚିମ ଓ ପୂର୍ବ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏପ୍ରିଲରୁ ଜୁନ୍ ମଧ୍ୟରେ ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ସ୍ୱାଭାବିକ ଠାରୁ ୨ରୁ ୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ସାଧାରଣତଃ ଭାରତରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ୪ରୁ ୭…

Read More