Author: Ayesha Debnath

Punjab : ପଞ୍ଜାବର ମୋହାଲି ଜିଲ୍ଲା ଅଦାଲତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଅଦାଲତ ତରଫରୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇବା ପରେ ଦୋଷୀ ବଜିନ୍ଦର ସିଂହ ଦୟାର ଭିକ୍ଷା ମାଗିବା ଆରମ୍ଭ କରିଥିଲେ। ସେ ଅଦାଲତ ସାମ୍ନାରେ ଗୁହାରି କରିଥିଲେ। ଯଦିଓ ପୁଲିସ୍ ତାଙ୍କୁ ହେପାଜତରେ ନେଇ ପ୍ରସ୍ଥାନ କରିଥିଲା। ଏହି ମାମଲାରେ ପୀଡ଼ିତାଙ୍କ ଓକିଲ କହିଛନ୍ତି ଯେ ଅଦାଲତ ବଜିନ୍ଦରଙ୍କୁ ସଜା ଶୁଣାଇ କହିଛି ଯେ ତାଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲ୍ରେ ରହିବାକୁ ପଡ଼ିବ। ସଜାରୁ ରକ୍ଷା ପାଇବା ପାଇଁ ପାଦ୍ରୀ ବଜିନ୍ଦର ଅଦାଲତରେ ଗୁହାରି କରିଥିଲେ ଯେ,ମୋର ପିଲାମାନେ ଛୋଟ ଅଛନ୍ତି ଓ ପତ୍ନୀ ଅସୁସ୍ଥ ଅଛନ୍ତି। ସେ କହିଥିଲେ ଯେ ମୁଁ ଜଣେ ସାମାଜିକ ବ୍ୟକ୍ତି, ମୋ ଗୋଡ଼ରେ ରଡ଼୍ ଲାଗିଛି, ତେଣୁ ମୋ ଉପରେ ଦୟା କରାଯାଉ। କିନ୍ତୁ ଅଦାଲତ ତାଙ୍କ…

Read More