Author: Ayesha Debnath

ଓଡ଼ିଶାରେ ପାଠାଗାର ସ୍ଥିତି,ଏହାରଐତିହାସିକ ମହତ୍ତ୍ୱ,ରହିଥିବା ଆହ୍ୱାନ ,ଆଧୁନିକୀକରଣ ଏବଂ ପହଞ୍ଚ ଏସବୁକୁ ଯଦି ବିଆଚାରକୁ ନିଆଯାଏ ଏକ ମିଶ୍ରିତ ଚିତ୍ର ସାମନାକୁ ଆସିବ । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ଜ୍ଞାନ ସଂରକ୍ଷଣର ଏକ ଦୀର୍ଘ ପରମ୍ପରା ରହିଛି, ଯାହା ‘ଭାଗବତ ଟୁଙ୍ଗୀ’ ଭଳି ପ୍ରାଚୀନ ଅନୌପଚାରିକ ଅନୁଷ୍ଠାନରୁ ଆରମ୍ଭ ହୋଇ ସାର୍ବଜନୀନ ପାଠାଗାରରେ ପରିଣତ ହୋଇଛି। ତେବେ ଏହାର ପାଠାଗାର ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତି ଏକ ନିରନ୍ତର ସମସ୍ୟାକୁ ଦର୍ଶାଉଛି। ଭୁବନେଶ୍ଵରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ୧୯୫୯ ମସିହାରେ ସମ୍ପୂର୍ଣ୍ଣ ହୋଇ ୧୯୮୭ ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମରେ ନାମିତ ହୋଇଥିଲା ଏବଂ ଏହା ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ପରିଗଣିତ ହୋଇଛି । ଏହା ଉଭୟ ରାଜ୍ୟ ପାଠାଗାର ଭାବରେ ଏବଂ ରାଜଧାନୀ ଭୁବନେଶ୍ବର ପାଇଁ ଏକ ସାର୍ବଜନୀନ ପାଠାଗାର ଭାବରେ କାର୍ଯ୍ୟ କରୁଛିଯେଉଁଥିରେ ପୁସ୍ତକ ଏବଂ ପାଣ୍ଡୁଲିପିର ଏକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ…

Read More