Author: Ayesha Debnath

Elephant Death: ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ଅପ୍ରାକୃତିକ କାରଣରୁ ହାତୀ ମୃତ୍ୟୁ ହାରରେ ଓଡ଼ିଶା ଦେଶରେ ଆଗରେ ରହିଛି। ହିନ୍ଦୁସ୍ତାନ ଟାଇମ୍ସ ରେ ଏହି ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାରେ ୧୭୬ଟି ଜଙ୍ଗଲୀ ହାତୀ ପ୍ରାଣ ହରାଇଛନ୍ତି। ଓଡ଼ିଶାରେ ୨୦୯୮ଟି ହାତୀ ଥିବାରୁ ଏହି ସମୟ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାର ୯.୩ ପ୍ରତିଶତ ରହିଛି। ସାମଗ୍ରିକ ତଥ୍ୟ ଅନୁଯାୟୀ, ଆସାମ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଠାରେ ସେହି ୯ ବର୍ଷରେ ୨୦୦ ଟି ଅପ୍ରାକୃତିକ ମୃତ୍ୟୁ ଘଟିଛି। ତେବେ ଆସାମରେ ୫୮୨୮ଟି ହାତୀ ଥିବାରୁ ସେହି ରାଜ୍ୟରେ ମୃତ୍ୟୁ ହାର ୩.୪ ପ୍ରତିଶତ ରହିଛି। ଏକ ଆରଟିଆଇ ପ୍ରଶ୍ନର ଉତ୍ତରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ଏଚ୍ଟି ପ୍ରତିନିଧିଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ବିଦ୍ୟୁତ୍ ଆଘାତ, ଟ୍ରେନ୍ ଦୁର୍ଘଟଣା ଓ ଶିକାର ଯୋଗୁଁ ଏହି…

Read More