Author: Ayesha Debnath

Pawan Kalyan: ଅଭିନେତା ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଲେଜନେଭାଙ୍କ ସାନ ପୁଅ ମାର୍କ ନିକଟରେ ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡରେ ଆହତ ହୋଇଥିଲେ। ନିକଟରେ କଲ୍ୟାଣ ନିଜ ପୁଅକୁ କୋଳରେ ଧରି ସିଙ୍ଗାପୁରରୁ ହାଇଦ୍ରାବାଦ ଫେରୁଥିବା ବେଳେ ତାଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଥିଲା । ପରେ ପୁଅର ସୁରକ୍ଷା ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା ତିରୁମାଲା ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ନେଇଥିଲେ। ତିରୁମାଲାରେ ଆନ୍ନା ଲେଜନେଭାଙ୍କ ମୁଣ୍ଡନ କରୁଥିବାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୱନ କଲ୍ୟାଣଙ୍କ ଜନସେନା ପାର୍ଟିର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ଫଟୋ ଶେୟାର କରାଯାଇଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଆନ୍ନା ମନ୍ଦିର ଯିବା ପରେ ତାଙ୍କ କେଶ ଦାନ କରିଥିଲେ। ଯଦି ଆପଣ ଭାବୁଛନ୍ତି ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର…

Read More