Author: Ayesha Debnath

Tirupati Balaji Temple: ତିରୁପତି ବାଲାଜୀ ମନ୍ଦିର ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ। ପ୍ରତିଦିନ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ହୋଇଥାଏ। ଏହାର ମହିମା ଆମ ସମସ୍ତଙ୍କୁ ଜଣା। ହେଲେ ଏହି ମନ୍ଦିରକୁ ଏପରି ଅନେକ ତଥ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କୁହାଯାଏ ଯେ, ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କର ମୂର୍ତ୍ତିରେ ଲାଗିଥିବା କେଶ ବାସ୍ତବ ଅଟେ । ଏହି କେଶ କେବେ ବି ଖରାପ ହୁଏ ନାହିଁ ଏବଂ ସବୁବେଳେ ମୁଲାୟମ ରହେ। ମାନ୍ୟତା ହେଉଛି ଯେ ଏଠାରେ ପ୍ରଭୁ ବିଷ୍ଣୁ ନିଜେ ବାସ କରିଥାନ୍ତି । ଗୁରୁବାର ଭଗବାନ ଭେଙ୍କଟେଶ୍ୱରଙ୍କୁ ଚନ୍ଦନର ଲେପ ଲଗାଯାଉଥିବାକୁ ନେଇ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଭଗବାନଙ୍କର ଶ୍ରିଙ୍ଗାର ହଟାଇ ସ୍ନାନ କରୁଥିବା ବେଳେ ଚନ୍ଦନର ଲେପ ଲଗାଯାଇଥାଏ। ଯେତେବେଳେ ଏହି ଲେପକୁ ହଟେଇଦିଆଯାଏ, ସେତେବେଳେ ଭଗବାନ ଭେଙ୍କଟେଶ୍ୱରଙ୍କର ହୃଦୟରେ ମାତା ଲକ୍ଷ୍ମୀଙ୍କର ଆକୃତି ଦେଖାଯାଇଥାଏ। ଶ୍ରୀ ଭେଙ୍କଟେଶ୍ୱର…

Read More